Tuesday, 17 March 2026

ଅତି ପ୍ରାଚୀନ ତଥା ପ୍ରସିଦ୍ଧ ଚୈତ୍ର ପର୍ବର ଦ୍ଵିତୀୟ ମଙ୍ଗଳବାର ଓ ମା' ତାରାତାରିଣୀଙ୍କ ପୀଠ ପାଦ ଦେଶରେ ପ୍ରବାହିତ ବେଦ ବର୍ଣ୍ଣିତ ପବିତ୍ର ଋଷିକୂଲ୍ୟା ନଦୀର ଉତ୍ତର ମୋଡରେ ଆଜି ପବିତ୍ର ବାରୁଣୀ ସ୍ନାନ / ବୁଡ଼ ଯୋଗୁଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି I ଦେଶ ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଳମ୍ବିତ ରାତିରୁ ଧାଡିରେ ରହି ମା'ଙ୍କୁ ଦର୍ଶନ କରୁଛନ୍ତି l ପିଠ ଚାରିପାଖର ପ୍ରାୟ 3 କିମି ଅଂଚଳରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି I ହଜାର ହଜାର ଭକ୍ତ ମନସ୍କାମନା ପୂର୍ତ୍ତି ପରେ ପରିବାର ମିତ୍ର ବର୍ଗଙ୍କ ସାଙ୍ଗରେ ଆସି ନାନା ଅର୍ଣ୍ଣ, ବ୍ୟଞ୍ଜନ ପ୍ରସ୍ତୁତ କରି ମା' ଙ୍କ ଉଦେଶ୍ୟ ରେ ଭୋଗ ଲଗାଉଛନ୍ତି I

ବିଶ୍ୱାସ ରହିଛି ଚୈତ୍ର ମଙ୍ଗଳବାରରେ ଶିଶୁ ଙ୍କ ପ୍ରଥମ ମୁଣ୍ଡନ ମା' ଙ୍କ ନିକଟରେ କଲେ ଶିଶୁ ଙ୍କ ସର୍ବ ମଙ୍ଗଳ ହୋଇଥାଏI ଚତୁରବର୍ଗ ଫଳ ସହ ଆୟୁ , ଆରୋଗ୍ୟ ଓ ଐସୂର୍ଯ୍ୟ ପ୍ରାପ୍ତି ହୋଇଥାଏI ତେଣୁ ପୀଠ ରେ ଶିଶୁ ମାନଙ୍କ ମୁଣ୍ଡନ କରାଇ ସିଂହ ଦ୍ୱାରା ପାହାଚ ଠାରେ ଶିଶୁ ଙ୍କ ଚୁଟି ପକାଇ ପଞ୍ଚାମ୍ବୃତ ଲାଗି ପରେ 999 ପାହାଚ ଚଢି ମା' ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
🙏🌺🌺🙏




 

No comments:

Post a Comment